pakka

ରୋତ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ କଲେଜରେ ଦୀର୍ଘ ୯ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିରରେ କଲେଜର ଏକ ଶହରୁ ଅଧିକ ଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ଅନୁପ ଖମାରୀ ଯୋଗ ଦେଇଥିଲେ । ଇତିହାସ ବିଭାଗର ଅଧ୍ୟାପିକା ରଶ୍ମି ଲତା ମହାନନ୍ଦଙ୍କ ଆୟୋଜନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଡ. ହିମାଂଶୁ ଶେଖର ମହନ୍ତଙ୍କ ସହଯୋଗରେ ଶିବିରଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଛାତ୍ରୀମାନଙ୍କୁ ସବନମବାନୁ ବେଗମ ତାଲିମ ପ୍ରଦାନ କରି ନିଜର ନିଜର ଆତ୍ମ ସୁରକ୍ଷା କେମିତି କରିପାରିବେ ସେ ସମ୍ବନ୍ଧରେ ମଧ୍ୟ ସଚେତନ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପିକା ରଶ୍ମିଲତା ମହାନନ୍ଦ ଧନ୍ୟବାଦ ଅର୍ପଣ କଲା ପରେ ସଭା ସାଂଗ ହୋଇଥିଲା ।

Leave A Reply

Your email address will not be published.

seventeen − 9 =