pakka

ଜିଲ୍ଲାସ୍ତରୀୟ ଉଦ୍ୟେଗୀ ସପ୍ତାହ ଉଦ୍‌ଯାପିତ – ସବୁଜ ଶକ୍ତିର ଭବିଷ୍ୟତ, ରପ୍ତାନୀ ଓ ଶିଳ୍ପନୀତି ସମ୍ପର୍କରେ ଆଲୋଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପକେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ମାର୍ଚ୍ଚ ୫ ତାରିଖଠାରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପ୍ରଫୁଲ୍ଲ କୁମାର ପଣ୍ଡା ସବୁଜ ଶକ୍ତିର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ରପ୍ତାନୀ ସମ୍ପର୍କରେ ଗ୍ଲୋରିଫାଏ ଇଣ୍ଡିଆ ଏକ୍ସପୋର୍ଟର ସନ୍ତୋଷ କୁମାର ଦାସ ଆଲୋଚନା କରିଥିବା ବେଳେ ବଲାଙ୍ଗିର ଶିଳ୍ପ କେନ୍ଦ୍ରର ନିରୋଜ ରଞ୍ଜନ ପାଣିଗ୍ରାହୀ ରାଜ୍ୟ ଶିଳ୍ପ ନୀତି ଉପରେ ଆଲୋଚନା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଋଣ ପ୍ରଦାନ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ମ୍ୟୁନିସିପାଲ ଶାଖା,ବଲାଙ୍ଗିର, ପଞ୍ଜାବ ନେସନାଲ ବ୍ୟାଙ୍କ, ଆଗଲପୁର ଓ ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କଣ୍ଟାବାଞ୍ଜି ଶାଖାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଅମ୍ବିକା ଆଗ୍ରୋ ଶିଳ୍ପର ଅରୁଣ କୁମାର ଅଗ୍ରୱାଲ, ଜୟଶ୍ରୀ ପ୍ରିଣ୍ଟର୍ସର ପ୍ରସନ୍ନ କୁମାର ଗିରି ଓ ପଦ୍ମାବତୀ ସ୍ଟିଚିଙ୍ଗ ସେଣ୍ଟରର ଭୀଷ୍ମ ମେହେର, ପିଏମ୍‌ଇଜିପି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ମେସର୍ସ ପାଢୀ ଇଞ୍ଜିନିୟରିଂ ୱାର୍କର ରାହୁଲ କୁମାର ପାଢୀ, ଏସ୍‌.କୁମାର ଲେଡିଜ ବୁଟିକ କଣ୍ଟାବାଞ୍ଜିର ପୁନମ ମୋଟେ, ଦେବ୍‌ ଇଞ୍ଜିନିୟରିଂ ୱାକର୍ସର ସୋମେଶ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ହସ୍ତଶିଳ୍ପ ନିମନ୍ତେ ଗୌରଚରଣ ରଣା, ବୟନ ଶିଳ୍ପ ପାଇଁ ସେବତୀ ମେହେର, ମିଶନ ଶକ୍ତିର ମା’ ସନ୍ତୋଷୀ ଏସ୍‌ଏଚ୍‌ଜି, ମା’ ଫୁଲମାଲି ଏସ୍‌ଏଚ୍‌ଜି, ଉଦ୍ୟାନ କୃଷି ନିମନ୍ତେ ସୁରେଶ ସାହୁ, କୃଷି ନିମନ୍ତେ ମା’ ଲକ୍ଷ୍ମୀ ସିଡସ୍‌ର ଗଣେଶ କୁମାର ମିଶ୍ର ଓ ପିଏମ୍‌ଏଫ୍‌ଏମ୍‌ଇ ସକାଶେ ବାଳକୃଷ୍ଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ଏସେମ୍ଲି ଅଫ୍‌ ସ୍କୁଲ ମିଡିଅମ୍‌ ଷ୍ଟେର୍‌ପ୍ରାଇଜର ଉପାଧ୍ୟକ୍ଷ ସିଦେ୍ଧଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ମୀନା କୁମାରୀ ବେହେରା ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଷ୍ଣୁ ପ୍ରସାଦ ଦାଶ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

20 − eight =