om academy

ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

jsm

ଖୋର୍ଦ୍ଧା : ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଠାବ ହୋଇଛି । ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ । ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗତ ୧୧ ଦିନ ହେବ ଉଭୟ ନିଖୋଜ ଥିଲେ । ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ ଥିବା ବେଳେ ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ପୋଲ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣାରେ ଉଭୟଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଉଭୟଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କରାଯାଇଛି, ତା ପଛର କାରଣ କଣ ହୋଇପାରେ ସେନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.

2 + 16 =