ଏଟିଏମ୍‌ ଭିତରେ ପଶିଲା ନାଗ : ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ ଭିତରେ ଏକ ନାଗସାପ ପଶି ଆସିଥିବା ଜଣାପହିଛି । ଜଣେ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ରାଜେଶ୍ ହାଁସଦା ନାମକ ଅନ୍ୟ ଜଣେ ବ୍ୟକ୍ତି ଏଟିଏମ୍ ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ସାପଟି ଏଟିଏମ୍ ଭିତରକୁ ପଶି ଆସିଥିଲା । ରାଜେଶ୍ ପାଟି କରିବାରୁ ଏଟିଏମ୍ ଭିତରେ ଥିବା ବ୍ୟକ୍ତି ବାହାରକୁ ଚାଲି ଆସିଥିଲେ ଏବଂ ସାପଟି ଏଟିଏମ୍ ମେସିନ୍ ପଛପଟକୁ ଚାଲିଯାଇଥିଲା । ରାଜେଶ ବ୍ୟାଙ୍କର ମ୍ୟାନେଜରଙ୍କୁ ଫୋନ୍ କରି ଜଣାଇବା ସହିତ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଶୁଭେନ୍ଦୁଙ୍କ ନିର୍ଦ୍ଦେଶ ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ଏଟିଏମ୍‌ ପଛପଟୁ ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ ୪ ଫୁଟ ଲମ୍ଵର ହେବ ବୋଲି ସୂଚନା ମିଳିଛି । ଦୀର୍ଘ ଦେଢ ଘଣ୍ଟା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.

eighteen + 19 =