pakka

ଜିଲ୍ଲାସ୍ତରୀୟ ମାନବ ଚାଲାଣ ଓ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ନୂଆପଡା, (ନିରାକାର ମେହେର) : ମହିଳା ଶିଶୁ ବିକାଶ ବିଭାଗ, ନୂଆପଡା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଓଡିଶାର ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖାର ମିଳିତ ସହଯୋଗରେ ଶିଶୁ ଚାଲାଣ ବିଶେଷକରି ଦାଦନ ପ୍ରବଣ ନୂଆପଡା ଜିଲ୍ଲାରେ ବେଆଇନ ଶ୍ରମିକ, ମହିଳା ଓ ଶିଶୁମାନଙ୍କର ଚାଲାଣ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କୋମନା ପଂଚାୟତ ସମିତି ଅଧ୍ୟକ୍ଷ ଅନୁସୂୟା କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଡ୍ ଏଟ୍ ଆକ୍ସନ୍‌ର ନିର୍ଦ୍ଦେଶକ ଉମି ଡାନିଆଲ କହିଛନ୍ତି ଯେ, ଶିଶୁ ଚାଲାଣ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଏବଂ ଏହାର ମୁକାବିଲା କରିବାରେ ଦାୟିତ୍ୱ ଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ପ୍ରବାସରେ ଯିବାକୁ ରୋକିବା ପ୍ରଶାସନର ଆଦୌ ଉଦ୍ଦେଶ୍ୟ ନୁହେଁ ବରଂ ସେମାନେ କିପରି ଭଲରେ ଯିବେ ଓ ଭଲରେ ଫେରିବେ ସେ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି । ମାନବ ଚାଲାଣ ନିରୋଧ ଶାଖା ନୂଆପଡାର ଶୋଭମ କିସାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଶ୍ରମିକମାନଙ୍କୁ ସ୍ୱୀକୃତିପ୍ରାପ୍ତ ତଥା ଶ୍ରମ ବିଭାଗରୁ ଲାଇସେନ୍ସ ପାଇଥିବା ଶ୍ରମିକ ଠିକାଦାରମାନଙ୍କ ମାଧ୍ୟମରେ ଯିବାକୁ ଆହ୍ୱାନ ଦେଇଥିଲେ । ଆସିଷ୍ଟାଣ୍ଟ ଶ୍ରମିକ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ଉପସ୍ଥିତ ବିଭିନ୍ନ ଦାୟିତ୍ୱ ଗୋଷ୍ଠୀକୁ ମାନବ ଚାଲାଣର ଆଇନଗତ ଦିଗ ଏବଂ ସେମାନଙ୍କ ଦାୟିତ୍ୱ ବିଷୟରେ ବୁଝାଇଥିଲେ । ବୈଷୟିକ ଅଧିବେଶନକୁ ପରିଚାଳନା କରି ଏଡ୍ ଏଟ୍ ଆକ୍ସନ୍‌ର ସରୋଜ ବାରିକ ଶିଶୁ ଚାଲାଣ ଏବଂ ଏହାକୁ ରୋକିବାରେ ଗୋଷ୍ଠୀର ଭୂମିକାକୁ ବୁଝାଇଥିଲେ । କୋମନା ବ୍ଲକ ବିଡିଓ ସରକାରଙ୍କର ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ମନରେଗା ମାଧ୍ୟମରେ ଶ୍ରମିକମାନଙ୍କୁ ୩୦୦ ଦିନର କାମ ଯୋଗାଇ ଦିଆଯାଉଛି ଯାହାଦ୍ୱାରା ମାନବ ଚାଲାଣକୁ ରୋକାଯାଇ ପାରିବ । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ, ବ୍ଲକସ୍ତରୀୟ ସମସ୍ତ ଅଧିକାରୀ, ସୁପରଭାଇଜର, ସ୍ଥାନୀୟ ସରପଞ୍ଚ, ଏନଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ମାନବ ଚାଲାଣ ଉପରେ ନିଜର ମତାମତ ରଖିଥିଲେ । ପରିଶେଷରେ ନୂଆପଡା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × five =