pakka

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ

ଗୁଜୁରାଟ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ଚାଲିଛି । ଦକ୍ଷିଣ ଗୁଜୁରାଟ, କଚ୍ଛ-ସୌରାଷ୍ଟ୍ରର ମୋଟ୍ ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୨୫ ହଜାର ୪୩୪ ପୋଲିଂ ବୁଥ୍‌ରେ ମତଦାନ ଚାଲିଛି । ଏଥର ପ୍ରାୟ ୫୦% ବୁଥ୍‌ରେ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର ପଞ୍ଜିକୃତ ହୋଇଛନ୍ତି । ଗୁଜୁରାଟରେ ପ୍ରତିଥର ପାରମ୍ପରିକ ଭାବେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ହୋଇଥାଏ । ତେବେ ଚଳିତ ଥର ଆମ୍‌ ଆଦମୀ ପାର୍ଟି(ଆପ୍) ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଦୀର୍ଘ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ ଥିବା ବିଜେପି ଚଳିତ ଥର ମଧ୍ୟ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି । ସେପଟେ କଂଗ୍ରେସ ଓ ଆପ୍ ବି କ୍ଷମତା ଦଖଲ ଯୋଜନାରେ ଥିବାରୁ ଏଥର ଏଠାରେ ତ୍ରିମୁଖୀ ଲଢେଇ ହେବ ।

Leave A Reply

Your email address will not be published.

three + 14 =