pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

bbehera

ଖୋର୍ଦ୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟି ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାର୍‌ ମଧ୍ୟରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଆଜି ଭୋରରୁ ଘଟିଥିବା ବେଳେ, କାରଟି ଆନ୍ଧ୍ର ଆଡୁ ଆସୁଥିବା ସୂଚନା ମିଳିଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

five × three =