pakka

ଅମୃତ ସରୋବର ଯୋଜନାରେ ନିର୍ମିତ ପୋଖରୀ ଉଦ୍‌ଘାଟିତ

bbehera

ନୂଆଗାଁ : ଅମୃତ ସରୋବର ଯୋଜନାରେ ନିର୍ମିତ ପୋଖରୀ ଉଦ୍‌ଘାଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା କ-ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତ ସ୍ଥିତ ପୋଖରୀକୁ ଅମୃତ ସରୋବର ଯୋଜନାରେ ସାମିଲ କରାଯାଇଛି । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀର ପୁନରୁଦ୍ଧାର ଟଙ୍କା ମଞ୍ଜୁର ହୋଇଛି । ଏହା ଫଳରେ ଗହିଙ୍ଗୀଆ, ଗୁରୁମାହା, କଞ୍ଜାମେଣ୍ଡି ଗ୍ରାମବାସୀ ଏହାର ପାଣି ପାଇ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିବା ସହ ମାଛ ଚାଷ ଓ ଜମିକୁ ଜଳସେଚନ କରି ଫସଲ ଅମଳ କରି ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ବିଡିଓ ପ୍ରକାଶ କରିଛନ୍ତି । କଞ୍ଜାମେଣ୍ଡି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର କ।ମ୍ପଙ୍କ ତତ୍ତ୍ଵ।ବୋଧନରେ ଆୟାଜିତ କାର୍ଯ୍ୟକ୍ରମରେ ବିଡିଓ ଶରତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗୁନୁଲତା ମଲିକ, ସମିତି ସଭ୍ୟା ମମତା ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ବ୍ଲକ ଉପାଦକ୍ଷ ଧବଳେଶ୍ଵର ପାତ୍ର, ଜିପିଓ ପ୍ରଦୀପ କୁମାର ମହାନ୍ତି, ଜିଆର୍ ଏସ୍ ପ୍ରମୁଖ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.

twelve − 3 =