ଜାତୀୟ ରାଜପଥ ଉପରେ ବିଦ୍ୟୁତ ତାର ଝୁଲିବା ଯୋଗୁଁ ଅଟକିଲା ରୋଗୀ ଯାନ ସମେତ ବହୁ ଗାଡ଼ି

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟ ଠାରେ ରବିବାର ସନ୍ଧ୍ୟା ସମୟରେ ରାସ୍ତା ପାର ହୋଇଥିବା ବିଦ୍ୟୁତ ତାର କୌଣସି କାରଣ​‌ ବଶତଃ ସର୍ଟ ସର୍କିଟ ହୋଇ ରାସ୍ତା ଉପରେ ଝୁଲି ପଡିଥିଲା । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହେବା ସହ ବହୁ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ।
ସେପଟେ ରବିବାର ଦିନ ସାପ୍ତାହିକ ହାଟ ସାଙ୍ଗକୁ ଲୋକେ ରଜ ସଉଦା କିଣାକିଣି କରିବା ପାଇଁ ଆସିଥିବା ବେଳେ ହାଟରେ ବହୁତ ଗହଳି ହୋଇଥିଲା । ରାସ୍ତା କଡ଼ରେ ବାଇକ ଏବଂ ଅଟୋ ଛିଡା ହୋଇଥିବାରୁ ବିଶେଷ କରି ଅଧିକ ଭିଡ ହୋଇଥିବା ପରିଲକ୍ଷିତ ହୋଇଛି । ସେପଟେ ୧୦୮ ମଧ୍ୟ ଏହି ଭିଡରେ ଫସି ରହିଥିଲା । ଏପରି ସ୍ଥଳେ ସ୍ଥାନୀୟ ପୁଲିସ ଏଠାକୁ ଆସିବାକୁ ବିଳମ୍ବ କରିଥିଲା । ସାହାରପଡା ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ବିଦ୍ୟୁତ ତାର ଉପରକୁ ଉଠାଇବା ପରେ କିଛି ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଗାଡ଼ି ଗୁଡିକୁ ପରିଚାଳନା କରି ଭିଡକୁ ନିୟନ୍ତ୍ରଣ କରିଥିଲେ । ପାଖାପାଖି ଦେଢ଼ ଘଣ୍ଟା ଧରି ଏଠାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

seventeen − five =