csstore

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପଞ୍ଚାୟତ ସମିତି ପରିସରରେ ଥିବା ସୁଭଦ୍ରା ମିଶନ ଶକ୍ତି କାଫେକୁ ଫୁଲବାଣୀର ପି ଡି ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦିଲ୍ଲୀପ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ, ବି ପି ଏମ ପରେଶ ପ୍ରଧାନ, ବି ପି ସି ସରୋଜ ଦିଗାଲ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ବି ଏଲ ଏଫର ସଭାପତି, ସମାଜ ସେବୀ ରାଘବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶକ୍ତି ମାତା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଶ୍ରୀମତୀ ସୁଦ୍ଧାରାଣୀ ଭୂୟାଁ ଓ ମହିଳାମାନେ କାଫେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅନେକ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.