csstore

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଉଦଘାଟିତ : କଣ୍ଟାବାଞ୍ଜିକୁ ହରାଇ ସେମିରେ ବିଶାଖାପାଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଉଦଘାଟନୀ ମ୍ୟାଚରେ କଣ୍ଟାବାଞ୍ଜି ଫ୍ରେଣ୍ଡକୁ ହରାଇ ବିଶାଖାପାଟଣା ରେଲୱେ ସେମିଫାଇନାଲକୁ ପ୍ରବେଶ କରିଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାମାୟା ଗ୍ରୁପ ଅଫ ଇଣ୍ଟିଟ୍ୟୁସନ ଏମ୍‌ଡି ଟଙ୍କଧର ସାହୁ ଓ ସମ୍ମାନିତ ଅତିଥି ଭାବେ ଛିନ୍ଦେଇକେଲା ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ନନ୍ଦିକିଶୋର ନନ୍ଦ, ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁଚରଣ ମେହେର, ମାଳତୀ କୁଅଁର ଯୋଗଦେଇ ଖେଳ ଉଦଘାଟନ କରିଥିଲେ । କଣ୍ଟାବାଞ୍ଜି ଦଳ ଟସ ଜିଣି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଶମ୍ଭୁ ହାତୀ ୭୯ ରନ, ଶେଖର ହାତୀ ୫୬ ଓ ଅଂଶୁମାନ ମିଶ୍ର ୫୨ ରନ ସଂଗ୍ରହ କରିଥିଲେ । ବିଶାଖାପାଟଣା ଦଳରୁ ଏମ. ୱଶବନ୍ତ ,ମଧୁ ବିରାଟ, ହେମନ୍ତ କୁମାର ୪ ଓଭର ବୋଲିଂ କରି ୧ ୱିକେଟ ଲେଖାଏଁ ନେଇଥିଲେ । ୧୨୦ ରନ ବିଜୟୀ ଲକ୍ଷ୍ୟ ନେଇ ବିଶାଖାପାଟଣା ଦଳ ୧୮.୫ ଓଭରରେ ୬ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଥିଲେ । ଦଳ ପକ୍ଷରୁ ଏମ ୱଶବନ୍ତ ୫୯,ଏନ୍‌ଏଲ୍‌ ରୟ ରାଜୁ ୫୮ ଓ ଏମ୍‌ଏସ୍‌ ଦୀପକ କୁମାର ୪୮ ରନ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳରୁ ଗୌରବ ରାଉତ, ବିଜୟ କୁମାର ୨ ୱିକେଟ ନେଇଥିବା ବେଳେ ୱାଲଟିୟର ଟପୋ ୧ ୱିକେଟ ନେଇଥିଲେ । ଓସିଏ ଅମ୍ପାୟାର ଚୁଡ଼ାମଣି ପାଢ଼ୀ ଓ ବିଶ୍ୱମ୍ବର ମହାକୁଡ଼ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ ଓ ରାଜେଶ କୁମାର ସାହୁ ସ୍କୋରର ଥିବା ବେଳେ ତେଜରାଜ ଠାକୁର, ନରେନ୍ଦ୍ର ନାଏକ ଓ ରମେଶ ଚନ୍ଦ୍ର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସଭାପତି ବଡ ଶତପଥୀ, ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ସୁରଥ କୁମାର ସାହୁ, ଗିରୀଶ ଚନ୍ଦ୍ର ମାଝୀ, କୁଞ୍ଜବିହାରୀ ସାହୁ, ମାନସ ରଞ୍ଜନ ନାୟକ, ଯୋଗେଶ ଅଗ୍ରୱାଲ ଆୟୋଜକ ସଭାପତି ଜତିନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ ପ୍ରମୁଖ ଉପସ୍ଥିତ ଥାଇ ବିଶାଖାପାଟଣା ରେଲୱେ ଦଳର ଏନ୍‌ଏଲ୍‌ ରାଜୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଆୟୋଜକ ଉପଦେଷ୍ଟା ପ୍ରଶାନ୍ତ ସାହୁ, ହେମସାଗର ସାହୁ, ରୋହିତ ସାହୁ, ସ୍ୱତନ୍ତ୍ର ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ପ୍ରମୋଦ ସିଂ ସାହୁ, ନିରାକାର ରଣା, ଜୁନିୟର ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ସାହୁ, ନିକୁ ସାହୁ, ବିଳାସ ବେହେରା, ବିକାଶ ବେହେରା, ପିଙ୍କୁ ସେଠ, ରୂପକ ସେଠ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ପ୍ରୟାଗରାଜ( ୟୁପି) ଓ ରାୟପୁର (ଛତିଶଗଡ଼) ମଧ୍ୟରେ ମ୍ୟାଚ୍‌ ହେବ ବୋଲି ଉପଦେଷ୍ଟା ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.