csstore

ଭାରତୀୟ ସ୍ଥଳ ବାହିନୀ ତରଫରୁ ବାରିପଦା ବିବାହ ମଣ୍ଡପ ଠାରେ ୩ ଦିନିଆ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତୀୟ ସ୍ଥଳ ବାହିନୀର ଷ୍ଟେସନ ହେଡ଼ କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତା ୧୦-୦୯-୨୦୨୫ରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ବାରିପଦାର ଷ୍ଟେସନବଜାର ଆଶୀର୍ବାଦ ଛକ ନିକଟସ୍ଥ ବିବାହ ମଣ୍ଡପ ଠାରେ ଆୟୋଜିତ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନୀୟା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଓସି, ମଧ୍ୟ ପ୍ରଦେଶ ଅଂଚଳର ଲେଫ୍ଟଟାଣ୍ଟ କର୍ଣ୍ଣେଲ ପି ଏସ୍‌ ଶେଖାୱାତ, ବ୍ରିଗେଡ଼ିଅର ତେଜିନ୍ଦର ସିଂ ବାୱା, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଓ ପ୍ରତିରକ୍ଷା ବିଭାଗର ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ପରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରିଥିଲେ । ଏହାପରେ ନିମନ୍ତ୍ରିତ ଅତିଥି ବୃନ୍ଦ ଏହି ଶିବିରର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ସମସ୍ତଙ୍କ ସହଯୋଗରେ ଶିବିର ଉଦେଶ୍ୟ ନିଶ୍ଚିତ ଫଳପ୍ରସୂ ହେବ ବୋଲି ଆଶା ପୋଷଣ କରିଥିଲେ । ପ୍ରକାଶ ଥାଉକି ଉକ୍ତ ଶିବିରରେ ପୂର୍ବତନ ସୈନିକ, ବୀରନାରୀ, ବୀରମାତା ଏବଂ ତା’ଙ୍କ ପରିବାରର ପୀଡିତ ବ୍ୟକ୍ତିଙ୍କୁ ବିବିଧ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିରରେ ହାଇଟେକ ହସ୍ପିଟାଲ ଏବଂ ଅନ୍ୟାନ୍ୟ ପ୍ରମୁଖ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତର, ବିଶେଷଜ୍ଞ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହିତ ଅବସରକାଳୀନ ଭତ୍ତା, ECHS, SPARSH ଇତ୍ୟାଦି ସମ୍ଭନ୍ଧରେ ଆଇନଗତ ପରାମର୍ଶ ଦିଆଯିବା ସହିତ CSD କ୍ୟାଣ୍ଟିନର ବିଶେଷ ସୁବିଧା ମଧ୍ୟ ଉପଲବ୍ଧ ହେବ । ପ୍ରତିରକ୍ଷା ବିଭାଗର ପୂର୍ବତନ କର୍ମଚାରୀଙ୍କ ବ୍ୟତୀତ ଉକ୍ତ ଶିବିରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଉପଲବ୍ଧ ହେବ । ପ୍ରତିରକ୍ଷା ବିଭାଗର ଷ୍ଟେସନ ହେଡ଼କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ର ପ୍ରଶାସନିକ କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରଙ୍କ ସମେତ ମୟୂରଭଞ୍ଜ ପୂର୍ବତନ ସୈନିକ ସଙ୍ଘର ସଦସ୍ୟମାନେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବ୍ଲକରୁ ବୀର ନାରୀ, ବୀର ମାତା, ସେମାନଙ୍କ ପରିବାରର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.