csstore

କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଉଦ୍‌ଘାଟନୀ ଉତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ସଭାପତି କର୍ଣ୍ଣ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ. ନାରାୟଣ ମିଶ୍ର, ବିଶେଷ ଅତିଥି ଭାବେ କପିଲାଭଟା ସରପଞ୍ଚ ତୁଲସେ ଭୋଇ, ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, କପିଲାଭଟା ଯାଦବ ମହାସଭାର ସଭାପତି ଜିତେନ୍ଦ୍ର ହଂସ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ମାଁ ସାହାଜୀ ଯୁବକ ସଂଘ ସଂଯୋଜକ ପୃଥିରାଜ ବାଗ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ମାଁ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶି, ଯାଦବ ନେତା ଅର୍ଧେନ୍ଦୁ ଦାସ ଯାଦବ, କୋଶଲି କବି ଭକ୍ତବନ୍ଧୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ପରେ ଡ୍ୟାନ୍ସ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.