jsm

ଝରଣୀପାଲିରେ ଡିଜିଟାଲ କନ୍‌ଫରେନ୍ସ ହଲ୍‌ ଉଦ୍‌ଘାଟିତ

csstore

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ନବନିର୍ମିତ ଡିଜିଟାଲ କନ୍‌ଫରେନ୍ସ ହଲ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଝରଣୀପାଲି ସରପଞ୍ଚ ସୁନିତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମନ୍ତ୍ରୀ ଡ. ମହାଲିଙ୍ଗ ଯୋଗଦେଇ ଏଭଳି ପଞ୍ଚାୟତ ସ୍ତରୀୟ କନ୍‌ଫରେନ୍ସ ହଲ୍ ଜିଲ୍ଲା ତଥା ଓଡ଼ିଶାରେ ପ୍ରଥମ ବୋଲି ସୂଚନା ଦେବା ସହିତ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ଡିଜିଟାଲ୍‌ କାର୍ଯ୍ୟକ୍ରମ ମାନ ଏଠାରେ ଆୟୋଜନ କରିବା ପାଇଁ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତର ନିଜସ୍ଵ ପାଣ୍ଠିରୁ ନିର୍ମିତ ଏହି କକ୍ଷରେ ଅତ୍ୟାଧୁନିକ ସଭା ଓ ଡିଜିଟାଲ କାର୍ଯ୍ୟକ୍ରମ ମାନ ହୋଇପାରିବ । ଏହି ସମାରୋହରେ ଆଗଲପୁର ବିଡ଼ିଓଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ୱାର୍ଡ଼ ସଭ୍ୟ / ସଭ୍ୟା, ପଞ୍ଚାୟତ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି ତଥା ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ତଥା ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶିକ୍ଷକ ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ଭଜମନ ସାହୁ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.