
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ବଲାଙ୍ଗିର ଠାରେ କର୍ଣ୍ଣେଲ ସି କେ ନାଇଡୁ ଟ୍ରଫି ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଓ ଓଡିଶା କ୍ରିକେଟ ଆସୋସିଏସନ ମିଳିତ ଆୟୋଜନରେ ଓଡିଶା ଓ ବିହାର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ପ୍ରଥମ ଇନିଂସରେ ବିହାର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୭୪. ୪ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲେ । ବିହାର ପକ୍ଷରୁ ଆଦିତ୍ୟ ରାଜ ୭୪ ରନ ବାସୁଦେବ ପ୍ରସାଦ ସିଂ ୨୯ ରନ ଆୟୁସ ଆନନ୍ଦ ୨୫ ରନ କରିଥିବା ବେଳେ ଓଡିଶା ପକ୍ଷରୁ ଓମକାର ମହନ୍ତି ୪ ୱିକେଟ ସହିଦ ଟ୍ରଫେଲ ଅହମଦ ୩ ୱିକେଟ ଆଶୁତୋଷ ମାରାଣ୍ଡି ୧, ସ୍ୱରୂପ ଏସ ଭୁୟାଁ ୧ ୱିକେଟ ଅକ୍ତିଆର କରିଥିଲେ । ଓଡିଶା ବ୍ୟାଟିଙ୍ଗ ଆରମ୍ଭ କରି ୧ ୱିକେଟ ବିନିମୟରେ ୬୬ ରନ କରିଥିବାବେଳେ ଓଡିଶା ପକ୍ଷରୁ ପଙ୍କଳା ସଶାଙ୍କ ପ୍ରଥମ ଦିନ ଶେଷ ସୁଦ୍ଧା ଅପରାଜିତ ୩୨ ରନ ସଂଗ୍ରହ କରିଛନ୍ତି । ଆଜିର ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହ୍ଲାଦ ଶତପଥି ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ ସହସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ କ୍ରିଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡା, ଭଲିବଲ ସମ୍ପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ସୁଧନ୍ଶୁ ସେଠ, ଜୟରାମ ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ଗୌର ପ୍ରଧାନ, ରବିନ୍ଦ୍ର ମିଶ୍ର, ଡଃ ସିଦ୍ଧେଶ୍ୱର ମିଶ୍ର, ସଚ୍ଚିଦାନନ୍ଦ ପାଣିଗ୍ରାହୀ, କ୍ରିକେଟ କୋଚ ଅରୁଣ କୁମାର ନାଏକ, ପୂର୍ବତନ ରଣଜୀ ଖେଳାଳି ସୂର୍ଯ୍ୟ ନାରାୟଣ ମିଶ୍ର, ବିକ୍ରମ ପାତ୍ର, ଶ୍ରୀକାନ୍ତ ରାଉତ୍ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।