jayashree

ସରକାରୀ ମାନ୍ୟତା ସହ ୧୦ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଅଙ୍ଗନବାଡ଼ି କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମାନ୍ୟତା ସହ ୧୦ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଅଙ୍ଗନବାଡ଼ି କର୍ମୀ । ଅଙ୍ଗଡ଼ବାଡ଼ି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ନୂଆ ସରକାରଙ୍କ ଓଡ଼ିଶା ଶାସନକୁ ଅଢେ଼ଇ ବର୍ଷ ବିତି ସାରିଥିଲେ ମଧ୍ୟ ସେମାନଙ୍କ ପ୍ରତି କୌଣସି ସୁବିଚାର କରିନାହାନ୍ତି, ଏପରିକି ସେମାନଙ୍କ ଦରମା ବଢ଼ାଇ ନାହାନ୍ତି । ସରକାରଙ୍କ ପୋଷଣ କାର୍ଯ୍ୟକ୍ରମରେ ସେମାନେ ଇନ୍‌ସେନ୍‌ଟିଭ୍‌ ପାଉ ନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ସବୁ ପ୍ରକାର କାମ କରାଇବାରେ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ବିନିଯୋଗ କରୁଥିବା ବେଳେ ସେମାନଙ୍କୁ ଉଚିତ ପ୍ରାପ୍ୟ ଦେଉନଥିବା ଅଭିଯୋଗ ଆଣିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ ଅଙ୍ଗନବାଡ଼ି କର୍ମୀମାନେ ।

Leave A Reply

Your email address will not be published.