jsm

ନିଖିଳ ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚିକା ମହାସଂଘର ବୈଠକ ଅନୁଷ୍ଠିତ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବୀ ନେଇ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଦାବୀପତ୍ର ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଠାରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପ୍ରାୟ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଥିଲେ । ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ୧୧ ଦଫା ଦାବୀ ନେଇ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଦାବୀପତ୍ର ଦେଇଛନ୍ତି । ବିଗତ ୨୭ ବର୍ଷ ପାଚକ, ପାଚିକା ମାନେ କାର୍ଯ୍ୟ କରି ଆସୁଥିଲେ ହେଁ ତାଙ୍କୁ ଦିଆଯାଇଥିବା ପ୍ରାପ୍ୟ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହୋଇଛି । ଯାହାକି ନିଜ ପରିବାର ପୋଷଣ କରିବା କଷ୍ଟକର ବ୍ୟାପାର ବୋଲି ପାଚିକା ମାନେ କହିଛନ୍ତି । ବିଜେଡ଼ି ସରକାର ୨୪ବର୍ଷ ଶାସନ କରି ସେମାନଙ୍କ ଦାବୀ ପ୍ରତି ଉଚିତ୍ ପଦକ୍ଷେପ ନେଇ ନଥିବାରୁ ନୂତନ ମୋହନ ମାଝି ସରକାର ପ୍ରସ୍ତାବିତ ୧୧ ଦଫା ଦାବୀପ୍ରତି ଦୃଷ୍ଟି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ପାଚକ, ପାଚିକା ମାନଙ୍କୁ ଏକକ ନିଯୁକ୍ତି ପତ୍ର ଓ ସରକାରୀ ମାନ୍ୟତା,ସର୍ବନିମ୍ନ ମଜୁରୀ ୪୫୦ ଟଙ୍କା ଲାଗି ସହ ମାସିକ ୧୩, ୫୦୦ ଟଙ୍କା ଦରମା, ୨୦୧୮ ମସିହାରୁ ବାକିୟାଥିବା ୩୬ ହଜାର ଟଙ୍କା ଦିଆଯିବା, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ଚିକିତ୍ସା ଭତ୍ତା, ଜୀବନ ବୀମା ପ୍ରଦାନ, ନିଯୁକ୍ତି ବ୍ୟବସ୍ଥାକୁ ବିଦ୍ୟାଳୟ ବିଭାଗରେ ନିୟତ୍ରଣ କରାଯିବା, ଭବିଷ୍ୟତ ନିଧି ଯୋଜନାରେ ସାମିଲ କରାଯିବା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଗ୍ରୀଷ୍ମ ଛୁଟିର ଦରମା ପ୍ରଦାନ, କାର୍ଯ୍ୟକରୁଥିବା ପାଚକ, ପାଚିକା ମାନଙ୍କୁ ଚାକିରିରୁ ବାହାର ନକରି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦାବୀ କରିଛନ୍ତି । ସାଂସଦ ପ୍ରଦୀପ ପୁରୋହିତ ସେମାନଙ୍କ ଦାବୀପ୍ରତି ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସହ ଅବଗତ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ପାଚିକା ସଂଘ ସାଧାରଣ ସଂପାଦକ କାର୍ତ୍ତିକ ସା ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଜ୍ୟ ସଭାପତି ସରୋଜିନୀ କୁମୁରା, ରାଜ୍ୟ ଉପସଭାପତି ଶାନ୍ତି ଲୁହାର, ସାଧାରଣ ସଂପାଦକ କାର୍ତ୍ତିକ ସା, ସଦସ୍ୟ ଉର୍ମିଳା ମେହେର ପ୍ରମୁଖ ହଜାର ହଜାର ସଂଖ୍ୟାରେ ପାଚକ, ପାଚିକା ମାନେ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.