jsm

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓ’ ନବୀନ ଓଡ଼ିଶା, ଯୁବ ଓଡିଶା ପକ୍ଷରୁ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ବୁଧବାର ମୁରିବାହାଲ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣ, ଅଧ୍ୟାପିକା ଭବାନୀ ପୋଡ଼ ପ୍ରମୁଖ ମଞ୍ଚାସୀନ ଥିଲେ । ନୋଡାଲ ଅଧିକାରୀ ତଥା ଇଂରାଜୀ ବିଭାଗ ଅଧ୍ୟାପକ ବିକ୍ରମ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ବୈକୁଣ୍ଠ ସାହୁ, ନାରାୟଣ ଭୋଇ, ନରେଶ ସତ୍‌ନାମୀ, ଅଂଶୁମାନ ଦାସ, ସାଗର ଦେହୁରୀ, ସ୍ୱାଗତିକା ସାହୁ, ସ୍ନିଗ୍ଧା ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଅଧ୍ୟାପିକା ପୂଜାରାଣୀ ରଥ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.