csstore

କର୍ଲାମୁଣ୍ଡାରେ ସବ୍‌ରେଜେଷ୍ଟ୍ରି ଅଫିସ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି କର୍ଲାମୁଣ୍ଡା ତହସିଲ ଅଫିସ ପରିସରରେ ନୂତନ ଭାବେ ସବ୍‌ରେଜେଷ୍ଟି ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ମିଳନ କୁମାର ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ସୁଚରିତା ମୁଗ୍ରୀ, ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସହକାରୀ ପବ୍ଲିକ ପ୍ରସିକ୍ୟୁଟର ନିରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ଶଶିଭୂଷଣ ସାହୁ, ଆଇନଜୀବୀ ସତ୍ୟନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଇନଜୀବୀ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଉଦ୍‌ଘାଟନ ଦିବସରେ ୨୪ଟି ଜମିଜମା ରେଜେଷ୍ଟ୍ରି କରାଯାଇଥିଲା । ପ୍ରକାଶ ଥାଉକି ଏହି ବ୍ଲକବାସୀ ଦୀର୍ଘ ୩୦ କି.ମି ଦୂର ମ. ରାମପୁର ଯାଇ ବହୁ ହଇରାଣ ହେଉଥିଲେ । ବିଧାୟକଙ୍କ ଉଦ୍ୟମ ହେତୁ ଆଜି ଏକ ସାଙ୍ଗେ କର୍ଲାମୁଣ୍ଡା ଓ ନର୍ଲାରେ ସବ୍‌ରେଜେଷ୍ଟ୍ରି ଅଫିସ ଖୋଲିଛି । ଫଳରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.