pakka

ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟିତ

kalikesh

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ମାଣ୍ଡିଆ ଭାରତ ବର୍ଷର ପ୍ରାଚୀନ ଖାଦ୍ୟ । ଏହି ଖାଦ୍ୟ ଗ୍ଲୁଟେନ ମୁକ୍ତ ଅଟେ । ଏହା ତନ୍ତୁ ଜାତୀୟ ଖାଦ୍ୟ । ଏଥିରେ ଖାଦ୍ୟସାର ଅଧିକ ପରିମାଣରେ ଅଛି । ଖଣିଜ ଲବଣ ହିସାବରେ କ୍ୟାଲସିୟମ ଓ ଲୌହ ସାର ମଧ୍ୟ ଯଥେଷ୍ଟ ପରିମାଣରେ ରହିଅଛି । ହୃଦ୍‌ରୋଗୀ, ପାକସ୍ଥଳୀ ଅଲସରଜନିତ ରୋଗୀ ଓ ରକ୍ତହୀନତା ରୋଗୀମାନଙ୍କ ନିମନ୍ତେ ଏହା ଔଷଧୀୟ ପଥି ରୂପେ କାର୍ଯ୍ୟ କରିଥାଏ ।

ଏହି ମାଣ୍ଡିଆ ଜାତୀୟ ଶସ୍ୟ ସାଧାରଣତଃ ଭାରତ ବର୍ଷର ଜଙ୍ଗଲିଆ ଓ ଉଚ୍ଚ ପଥୁରିଆ ଜମିରେ ଚାଷ ହୋଇଥାଏ । ଜଳସେଚନର ବିଶେଷ ଆବଶ୍ୟକତା ପଡି ନଥାଏ । ଜନଜାତି ସଂପ୍ରଦାୟର ଚାଷୀମାନେ ବହୁଳ ପରିମାଣରେ ମାଣ୍ଡିଆ ଚାଷ କରିଥାନ୍ତି । ଏହି ଖାଦ୍ୟ ଶସ୍ୟକୁ ବିଦେଶକୁ ରପ୍ତାନୀ କଲେ ବୈଦେଶିକ ମୁଦ୍ରା ଅର୍ଜ୍ଜନ ହୋଇପାରିବ । ଜନଜାତି ସମ୍ପ୍ରଦାୟର ଚାଷୀମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇପାରିବ । ବିଦେଶକୁ ମାଣ୍ଡିଆ ରପ୍ତାନୀ, ବୈଦେଶିକ ମୁଦ୍ରା ଅର୍ଜ୍ଜନ ଓ ଜନଜାତି ସମ୍ପ୍ରଦାୟର ବିକାଶ ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସଞ୍ଜୟ କୁମାର ମହାନ୍ତି, ମତ୍ସ୍ୟ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ, ଗୃହ ବିଜ୍ଞାନୀ ଡକ୍ଟର ସୁମିତ୍ରା ଆଚାର୍ଯ୍ୟ, କୃଷି ଯାନ୍ତ୍ରିକ ବୈଜ୍ଞାନିକ ଦୀପସିକା ପରମଜିତା, ପୁଷ୍ପାଞ୍ଜଳି ମିଶ୍ର, ନିଭା ମହାପାତ୍ର, ବିଭୂ ପ୍ରସାଦ ଦାସ ଓ ୫୦ ଜଣ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

twenty + 1 =