pakka

ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜିପଥର ମେଳା ପାଇଁ ପ୍ରସ୍ତୁତି ବୈଠକ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ୪୨ନଂ.ର ପାର୍ଶ୍ଵରେ ଥିବା ସର୍ଗିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଡଙ୍ଗରବୁଢା ପୁଞ୍ଜିପଥର ମେଳା ପାଇଁ ରବିବାର ଦିନ ଅପରାହ୍ନରେ ମନ୍ଦିର ପରିସର ପ୍ରହରୀ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଭାପତି ଦିନେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ହୋଇଥିଲା । ପ୍ରକାଶ ଥାଉକି ଆସନ୍ତା ୩୦ ମାର୍ଚ୍ଚରୁ ଅପ୍ରେଲ ୫ ତାରିଖ ଯାଏଁ ହେବାକୁ ଥିବା ମେଳାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାରୀ ଷ୍ଟଲ, ଦୋକାନ ବଜାର, ମୀନା ବଜାର ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୫ ଦିନ ଧରି ହେବାକୁ ଥିବା ମେଳା ଶାନ୍ତି ଶୃଙ୍ଖଳାର ସହ କିପରି ପାଳନ କରାଯିବ ଏବଂ ଭକ୍ତମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯାଇପାରିବ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏପରିକି ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ଡିଏସପି, କଂଟାବାଂଜି, ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ପୋଲିସ ଥାନା, ସ୍ୱାସ୍ଥ୍ୟ ସେବା ପାଇଁ କଂଟାବାଂଜି ଓ ବଙ୍ଗୋମୁଣ୍ଡା ଡାକ୍ତରଖାନା, ଅଗ୍ନିଶମ ବିଭାଗ କଂଟାବାଂଜି ଓ ବଙ୍ଗୋମୁଣ୍ଡା, ଶୁଦ୍ଧ ପାନୀୟ ଜଳ ପାଇଁ ଜନସ୍ୱାସ୍ଥ୍ୟ ଉପଖଣ୍ଡ କଂଟାବାଂଜି ଓ ତୁରେକେଲାକୁ ଲିଖିତ ଭାବେ ଜଣାଇଥିବା ବେଳେ ଜିଲ୍ଲାପାଳ ବଲାଙ୍ଗିର, ଉପଜିଲ୍ଲାପାଳ ଟିଟିଲାଗଡ, ବିଡିଓ ତୁରେକେଲା ଓ ବଙ୍ଗୋମୁଣ୍ଡାଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ନିକଟସ୍ଥ ସର୍ଗିଗୁଡା, କନ୍ଧବାହାଲ, ଦନ୍ଦରା, ଧାମନଡଙ୍ଗା ଏବଂ ଆଖପାଖ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲ । ସଭାରେ ଜନସାଧାରଣଙ୍କ ସହଯୋଗ କାମନା କରି ସଂପାଦକ କୁମର ପୁଟେଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

fifteen − 5 =