pakka

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ, ଏକ୍ସରେ ଓ ମା’ ଗୃହ ଉଦ୍‌ଘାଟିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ଵାରା ଏକ୍ସରେ ସେବା, ଅଲଟ୍ରାସାଉଣ୍ଡ ସେବା ସହିତ ଏକ ମା’ ଗୃହର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହା ମଦନପୁର ରାମପୁର ଅଞ୍ଚଳର ଅନେକ ଦିନର ଦାବୀ ରହି ଆସୁଥିବା ବେଳେ ଏହା ଦ୍ୱାରା ଅନେକ ରୋଗୀ ଓ ଗର୍ଭବତୀ ମା’ ଉପକୃତ ହେବେ ବୋଲି ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ।. ରଞ୍ଜନ ମିତ୍ରା ପ୍ରକାଶ କରିଥିଲେ । ଏହି ଅବସରରେ କର୍ଲାମୁଣ୍ଡା ଓ କେସିଙ୍ଗାର ଦୁଇ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା. ସୁଧୀର ଦୀପ ଉପସ୍ଥିତ ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଅବନୀ ରଞ୍ଜନ ମହାପାତ୍ରଙ୍କ ମାର୍ଗଦର୍ଶନରେ ସମାସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ମ. ରାମପୁର ବିଡିଓ ବିନୟ କୁମାର ଭୋଇ, ସିଡିପିଓ କୁସୁମ ପ୍ରହରାଜ, ଏନ୍‌ଏଚଏମରୁ ବିପିଏମ ସନ୍ଦୀପ ସିଂହ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗରୁ ଶକ୍ତି ସିଂ, ଭବାନୀ ଶଙ୍କର ସାହୁ, ଜ୍ଞାନେନ୍ଦ୍ର ଭୋଇ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ତଥା କର୍ମଚାରୀ ଉପସ୍ଥିତ ଥିଲେ । ମଦନପୁର ରାମପୁର ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଧାୟକଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Leave A Reply

Your email address will not be published.

7 − 6 =