csstore

ମୃତ ଗୋବିନ୍ଦର ପକେଟରୁ ମିଳିଥିବା ମାଟିଆ ଲଫାପା ଆଡ୍ରେସରେ ବଡ ଝିଅ ଲିପିକା ସାହୁଙ୍କ ନାଁ ରହିଥିବା ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମାଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମ ହତ୍ୟା କରିଥିବା ବେଳେ ଏହାକୁ ନେଇ ଏବେ ନାନା ପ୍ରକାରର ସନ୍ଦେହ ସୃଷ୍ଟି ହେଉଛି । ତେବେ ମୃତ ଗୋବିନ୍ଦର ଶବକୁ ପୋଲିସ ଜବତ କରି ବଲାଙ୍ଗିର ଠାରେ ଶବ ବ୍ୟବଚ୍ଛେଦ କରୁଥିବା ସମୟରେ ତାର ପକେଟରୁ ଏକ ମାଟିଆ ଲଫାପା ମିଳିଥିବା ବେଳେ ମାଟିଆ ଲଫାପା ଟିକୁ ପୋଲିସ ଜବତ କରି କ୍ରାଇମ ବ୍ରାଂଚ ଟିମ୍‌କୁ ତଦନ୍ତ ପାଇଁ ଦେଇଥିଲା । ତେବେ ଆଜି ଏହି ମାଟିଆ ଲଫାପା ଆଡ୍ରେସରେ ବଡ ଝିଅ ଲିପିକା ସାହୁଙ୍କ ନାଁ ରହିଥିବା ସୂଚନା ମିଳିଛି । ଲିପିକା ବାଙ୍ଗଲୋରରେ ରହୁଥିବା ବେଳେ ମୃତ ଗୋବିନ୍ଦ ବଡ ଝିଅଙ୍କୁ ଚିଠି ଲେଖିଥିଲେ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.