pakka

୨୪ତମ ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଘୁନସର ପ୍ରଗତି ପଂଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଘୁନସର ସରପଞ୍ଚ ଅନୁସୟା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ପଂଚାୟତ ସମ୍ପାଦକ ମାୟାଧର ସାହୁ, ଦେବରାଜ ପଧାନ, ଜ୍ୟୋତିଷ ସାହୁ, କଳ୍ପତରୁ ମାଝୀ, ଚକ୍ରଧର ସାହୁ ସମ୍ମାନିତ ଅତିଥି ଏବଂ ଯୁବନେତା ବିକାଶ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗୀମାନେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିବା ପାଇଁ ଅତିଥିମାନେ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ । କାହ୍ନୁଚରଣ ସାହୁ ଉତ୍ସବକୁ ସଂଯୋଜନା କରିଥିଲେ । ଉଦ୍‌ଘାଟନୀ ମ୍ୟାଚ କୁର୍ଲୁମାଲ ଏବଂ ସରେଇବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସରେଇବାହାଲ ଦଳ ୧୦ ଓଭରରେ ୭ ୱିକେଟ ବିନିମୟରେ ୭୭ ରନ୍‌ ସଂଗ୍ରହ କରିଥିଲେ । ଏହାର ଜବାବରେ କୁର୍ଲୁମାଲ ଦଳ ୮ ଓଭରରେ ୪ ୱିକେଟ ହରାଇ ୭୮ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା । ମାନସ ପଧାନ ଓ ସଞ୍ଜିବ ବାରିକ ଖେଳ ପରିଚାଳନା କରିଥିବା ବେଳେ ସତ୍ୟାନନ୍ଦ ମାଝୀ, ସୁଶିଲ ସାହୁ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । କାହ୍ନୁ ଚରଣ ସାହୁ ଓ ଓମ୍‌କାର ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ସଞ୍ଜିବ ବାଗ, ନବୀନ ଧରୁଆ, ଅକ୍ଷୟ ତରିଆ, ଅମୂଲ୍ୟ, ଶ୍ରୀରାମ, ପୁସ୍ତମ, ଜ୍ଞାନ, ତିର୍ଥ, କାନ୍ତ ପ୍ରମୁଖ କମିଟିର ସଦସ୍ୟ କାର୍ଯ୍ୟକ୍ରମ ଆୟୋଜନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

2 × two =