oom

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗ୍ରସ୍ତ ପୂର୍ବରୁ ତାଳଚେର ଉପଜିଲ୍ଲାପାଳଙ୍କ ବହୁ ପ୍ରତିକ୍ଷୀତ ତାଳଚେର ମେଡିକାଲ କଲେଜ ସଂଜ୍ଞାନ ନେବା ଖୁବ୍ ଶୀଘ୍ର ଚାଲିବା ସାଧାରଣରେ ଆଶାର ବୁଣିଛି

jsmm

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପାଞ୍ଚଶହ ଶଯ୍ୟା ବିଶିଷ୍ଟ ତାଳଚେର ମେଡିକାଲ କଲେଜ ଦୀର୍ଘ ବର୍ଷ ହେଲା ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଦ୍ୱାରା ନିର୍ମିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାରୁ ବିଗତ ଦିନରେ ଜନ ଅସନ୍ତୋଷ ସହ ତାଳଚେର ମେଡିକାଲ କ୍ରିୟା ଅନୁଷ୍ଠାନ କମିଟି ଆନ୍ଦୋଳନ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇ ପ୍ରଶାସନ ଓ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ବହନ କରିବେ ନା ଖଣି କର୍ତ୍ତୃପକ୍ଷ ବହନ କରିବେ ଏଭଳି ଅସାମଞ୍ଜସ୍ୟ ମଧ୍ୟରେ ଚାଲି ଆସିଥିବା ବେଳେ ରାଜ୍ୟ ସରକାର ୧୨ ତାରିଖ ମଇ ମାସରେ ଏହି କଲେଜକୁ ଚଳାଇବାକୁ ସ୍ୱୀକୃତି ଦେଇଥିବା ସମ୍ବାଦ ଜଣାପଡିଛି । ଯେଉଁଠି କୋଇଲା ଖଣି କର୍ତ୍ତୃପକ୍ଷ କଲେଜ ପରିଚାଳନା ନିମନ୍ତେ ପାଣ୍ଠି ଯୋଗାଇବା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବାକୁ ଏକ ରାଜି ଥିବା ଜଣାପଡିଛି । ଗତକାଲି ତାଳଚେର ଉପଖଣ୍ଡ ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥଙ୍କ ଦ୍ୱାରା ଏହି ନବ ନିର୍ମିତ କଲେଜ ଓ ହସ୍ପିଟାଲ ବିଲଡିଙ୍ଗ୍‌ର ପରିଦର୍ଶନ ଏବଂ ଏହି ବିଲଡିଙ୍ଗ୍‌କୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ନେଇ ତାଳଚେରବାସୀଙ୍କ ମନରେ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସାଧାରଣରେ ନେଇ ଆଶାର ବୁଣିଛି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଉପଜିଲ୍ଲାପାଳଙ୍କ ଏହି ପରିଦର୍ଶନର ଗୁରୁତ୍ୱ ବହନ କରୁଛି ।

jittmm
Leave A Reply

Your email address will not be published.