pakka

କଳାକାର ଚୟନ ଉତ୍ସବ- ୨୦୨୨ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ୍‌ରେ କଳାକାର ଚୟନ ଉତ୍ସବ- ୨୦୨୨ ଶାନ୍ତି ଶୃଙ୍ଖଳା ସହିତ ଉଦ୍‌ଯାପିତ ହୋଇଯାଇଛି । ପଦ୍ମପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ଓ ପଦ୍ମପୁର ବିଜ୍ଞାପିତ ପରିଷଦର କଳାକାରମାନେ ଚୟନ ପାଇଁ ନିଜସ୍ୱ କଳା ପ୍ରଦର୍ଶନ କରିଥିଲେ । ଅଶୋକ କୁମାର ବହିଦାର ଓ ସୁରେନ୍ଦ୍ର ସାହୁ ଦାୟିତ୍ୱରେ ଥିଲେ । ପଦ୍ମପୁର ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାର, ପ୍ରଗତି ସହାୟକ ସନ୍ତୋଷ କୁମାର ବେହେରା ଓ ପଦ୍ମପୁର ବ୍ଲକର ବିକେଏସଏସ ଉପସଭାପତି ଅଶ୍ୱିନୀ କୁମାର ପଟେଲ ଏବଂ ଗୋପବନ୍ଧୁ ଶିକା କାଗକ ପତ୍ର ଯାଞ୍ଚ କରିଥିଲେ । ବ୍ଲକ ପ୍ରଶାସନ ତରଫରୁ ସମସ୍ତ କଳାକାରମାନଙ୍କର ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରମେଶ ଗୁର୍ଲା ଓ କାର୍ତ୍ତିକ ମହାନନ୍ଦ । ଶେଷରେ ସୁଦାମ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

15 − ten =