pakka

ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ୍‌ଲାଇନ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏତିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପୂର୍ବତନ ତଥା ଜଣାଶୁଣା କ୍ରିକେଟର ସନ୍ତୋଷ ଆନନ୍ଦ ମିଶ୍ର(ସନ୍ତୁ) ଯୋଗ ଦେଇଥିଲେ ଏବଂ କ୍ରୀଡାରେ ଭାଗ ନେଇଥିବା ଛୋଟଛୋଟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବକୁ ସ୍କୁଲର ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 2 =