pakka

୨ୟ ଖପ୍ରାଖୋଲ ମହୋତ୍ସବ ଉଦ୍‌ଘାଟିତ

bbehera
  • ଖପ୍ରାଖୋଲ ଅଞ୍ଚଳ ଉତ୍ସବମୁଖର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଦର ଖପ୍ରାଖୋଲ ଠାରେ ଦ୍ଵିତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ଉପଜିଲ୍ଲପାଳ ଡ. ବିଜୟା ନନ୍ଦ ସେଠୀ, ସମ୍ମାନିତ ଅତିଥି ଭାବରେ ଖପ୍ରାଖୋଲ ବିଡ଼ିଓ ରଶ୍ମୀ ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ମିଶ୍ର, ଥ।ନା ଅଧିକାରୀ ରମାକାନ୍ତ ସାହୁ, ଭି ଏସ ସୁଜିତ୍ କୁମାର ଶତପଥୀ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ତଥା ଖପ୍ରାଖୋଲ ମହୋତ୍ସବ କମିଟିର ସଭାପତି ବିନୟ କୁମାର ପଣ୍ଡା ମଞ୍ଚାସୀନ ରହିଥିଲେ । ସମସ୍ତ ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିଥିବାକୁ ମତବ୍ୟକ୍ତ କରିଥିଲେ । ଦୀର୍ଘ ଦୁଇ ବର୍ଷ କାଳ କୋଭିଡ କଟକଣା ପାଇଁ ଖପ୍ରାଖୋଲ ମହୋତ୍ସବ ବନ୍ଦ ରହିଥିବା ବେଳେ ଏବେ କଟକଣା ଉଠିବା ପରେ ହର୍ଷଉଲ୍ଲାସ ସହିତ ଖପ୍ରାଖୋଲ ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ପାଞ୍ଚ ଦିନ ହେବାକୁ ଥିବା ଏହି ମହୋତ୍ସବରେ କଂସ ଦରବାର ସହିତ ବିଭିନ୍ନ ମୋନୋରଞ୍ଜନ କାର୍ଯ୍ୟକ୍ରମ ଅପେରା, ମୀନା ବଜାର ରହିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ କେଜିବିଭିର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଜଣାଣାପଡିଛି । ଏହି ମହୋତ୍ସବରେ ସମ୍ବଲପୁରୀ କମେଡିଏନ୍ ଯୋଗେଶ ଜୋଜୋ, ଅପେରା ସୂର୍ଯ୍ୟ ମହଲ, ମୀନା ବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି କହିଛନ୍ତି । ଖପ୍ରାଖୋଲ ମହୋତ୍ସବକୁ ସଫଳ କରିବା ପାଇଁ କମିଟି ସଦସ୍ୟ ରଞ୍ଜନ ସାହୁ, ସଭାପତି ବୁଲୁ ପଣ୍ଡା, ଉପସଭାପତି ଡୋଲାମଣି ଷାଣ୍ଢ, ଅରକ୍ଷୀତ ସାହୁ, ଆଶିଷ ଭୋଇ, ସନ୍ତୋଷ ପଧାନ, ବାଦଲ ଦଣ୍ଡସେନା, ରାମପ୍ରସାଦ ସାହୁ, ପଦ୍ମନାଭ ପଧାନ, ବିନୋଦ ସାହୁ, ସତ୍ୟ ବାଗ, ଉଦ୍ଧବ ମେହେର, ଦିଲୀପ ଗଡ଼ତ୍ୟା, ମନୋଜ ଦଣ୍ଡସେନା, ରୋହିତ ଶଗଡ଼ିଆ, ତେଜରାଜ ଦଣ୍ଡସେନା, ହରିବୋଳ ଦାସ, ରାଜୁ ବାରିକ, ଅନିଲ ସାହୁ, ସୁଶାନ୍ତ ପଧାନ, ଲକ୍ଷ୍ମୀକାନ୍ତ ଦଣ୍ଡସେନା ପ୍ରମୁଖ ସହଯୋଗ କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ସମସ୍ତେ ଭୁରିଭୁରି ପ୍ରଶଂସା ପାଉଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

sixteen + 15 =