pakka

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ ରଞ୍ଜନ ବିଶ୍ୱାଳଙ୍କ ପାଖକୁ ପହଁଚିଲା ମେଡିକାଲ ଟିମ୍‌

bbehera

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧୀନ ଖାଲିଗୁମା ଗ୍ରାମର ୯ ବର୍ଷର ଶିଶୁ ରଞ୍ଜନ ମଲ୍ଲିକ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରି ବର୍ଷ ହେଲା ବିଛଣାରେ ପଡି ରହିଥିଲେ । ତାଙ୍କୁ ୫ ବର୍ଷ ବୟସରେ ମା’ ଛାଡି ଆରପାରିକୁ ଚାଲିଗଲେ । ସେ ବହୁତ କଷ୍ଟରେ ୫ ଶ୍ରେଣୀ ପ୍ରର୍ଯ୍ୟନ୍ତ ପଢୁଥିଲେ । କିନ୍ତୁ ଅଜଣା ରୋଗ ଯୋଗୁଁ ଅଧାରୁ ପାଠ ଛାଡିଲେ । ବାପା ଜଣେ ଦିନ ମଜୁରିଆ ହେତୁ ସେ ଚେରମୁଲି ଔଷଧ ବ୍ୟବସ୍ଥା କରିଥିଲେ । ଭଲ ନହେବାରୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ । ହେଲେ ରୋଗର ଚି଼ହ୍ନଟ ହୋଇପାରିଲା ନାହିଁ । ସେ ଘରେ ଝାଡା, ପରିସ୍ରା କରି ଦେଉଛନ୍ତି । ତାଙ୍କ ପାଠ ପଢ଼ିବାର ପ୍ରବଳ ଇଚ୍ଛା । ହେଲେ ଏହି ଅସୁବିଧା ହେତୁ ବିଦ୍ୟାଳୟ ଯାଇପାରୁନାହାନ୍ତି । ଏହିପରି ଅନେକ ସମସ୍ୟା ଦେଇ ସେ ଗତି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ବିଷୟରେ ଜାଣିବାପରେ କଳାହାଣ୍ଡିର ଯୁବ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଟ୍ୱିଟର ଯୋଗେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣାଇ ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ନିକଟସ୍ଥ ପିଏସସିନୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାର ଗୋଟିଏ ଦିନପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ପହଂଚି ରଞ୍ଜନ ମଲ୍ଲିକର ଚିକିତ୍ସା କରିଥିଲେ । ତାଙ୍କୁ କିଛି ମେଡ଼ିସିନ ମଧ୍ୟ ଦେଇଛନ୍ତି । ତାଙ୍କର ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ସ୍ୱେଚ୍ଛାସେବୀଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

twenty − twelve =