ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି । ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍‌କ୍ଲେଭ୍‌କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖୁଛନ୍ତି । ଏହି ୫ ଦିନିଆ ମେଗା ବିଜ୍‌ନେସ୍‌ ସମିଟ୍‌ରେ ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍‌ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଚାଇନା, ଅଷ୍ଟ୍ରେଲିଆ, ଜାପାନ, ନରସ୍ୱେ, ନେପାଳ, ବାଂଲାଦେଶ ଓ ଥାଇଲାଣ୍ଡ ଆଦି ଦେଶର ନିବେଶକ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

eighteen − 17 =