pakka

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଥିଲେ ଡିସେମ୍ବର ୩୧ ସୁଦ୍ଧା ଲଗାଇବାକୁ ପଡ଼ିବ । ସେହିଭଳି ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୭ ଓ ୮ ଥିଲେ ୨୦୨୩ ଜାନୁଆରୀ ୩୧ ଏବଂ ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ପଡ଼ିବ । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଦେଇଛନ୍ତି । ଏହାକୁ ମିଶାଇ ସରକାର ଏଚ୍‌ଏସ୍‌ଆର୍‌ପି ଅବଧି ୪ ଥର ବଢ଼ାଇଲେଣି । ଏବେ ରାଜ୍ୟର ୮୮ଟି ସ୍ଥାନରେ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବରେ ପ୍ଲେଟ୍ ଲଗାଯାଇ ପାରୁଛି ।

Leave A Reply

Your email address will not be published.

four × five =