pakka

ପାଲା ମାଧ୍ୟମରେ ନିଶା ନିବାରଣ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟସ୍ତରୀୟ ସମନ୍ୱୟ ସଂସ୍ଥା ଆସୋସିଏସନ ଫର ଭଲୁଣ୍ଟାରୀ ଆକ୍ସନ (ଆଭା-ସ୍ଲାସ) ଓଡ଼ିଶା ଆନୁକୂଲ୍ୟ ଏବଂ ନେସ୍‌ନାଲ୍‌ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଡିଫେନ୍ସ (ଏନଆଇଏସଡ଼ି) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ, ନୂଆଦିଲ୍ଲୀ ସହାୟତାରେ ପାଲା ମାଧ୍ୟମରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ବୁଧବାର ଡେଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ପାଲା ଗାୟକ ପ୍ରମୋଦ କୁମାର ଜେନା ଓ ତାଙ୍କ ସାଥୀମାନେ ନିଶା ନିବାରଣ ଉପରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସଚେତନତା କରିଥିଲେ । ଶତାଧିକ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମକୁ ଉତ୍ସାହରେ ଉପଭୋଗ କରିଥିଲେ । ଆଭା ସଭାପତି ସୁଧିର ଚନ୍ଦ୍ର ଦାଶ, ସମାଜସେବୀ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ଆଭା ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵଜିତ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦକ ବାଲୁଙ୍କେଶ୍ଵର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen − seventeen =