csstore

ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ମାରାଥନ୍ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ୍‌ର ଗମ୍ଭାରୀ ପଞ୍ଚାୟତରେ ଭତ୍ତା ବଣ୍ଟନ ସାଙ୍ଗକୁ ଦର୍ଲିପାଲିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସମ୍ମାନିତ ଅତିଥି ରୂପେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୂର୍ଯ୍ୟୋଧନ କୁମ୍ଭାର, ଦର୍ଲିପାଲି ପଞ୍ଚାୟତ ସରପଞ୍ଚ କାନ୍ତି ବନଛୋର, ଜିଲ୍ଲା ପରିଷଦ ସଦସ୍ୟ ଜୟଧରୁଆ, ସମିତି ସଭ୍ୟା ପୁଷ୍ପାଞ୍ଜଳି ଭୂଏ, ବେଲପଡା ବିଡିଓ ଭିକ୍ଟର ସୋରେନ, ଗମ୍ଭାରୀ ସରପଞ୍ଚ କୁଲମଣି କୁମ୍ଭାର, ସୁଲେକେଲା ସରପଞ୍ଚ ଶ୍ୟାମସୁନ୍ଦର ଚିରଗୁନ, ସମିତି ସଭ୍ୟ କନକ ମଲିକ, ଅତିରିକ୍ତ ଯନ୍ତ୍ରୀ ଚୁଡ଼ାମଣି ବାଗ ପ୍ରମୁଖ ଯୋଗଦେଇ ଦର୍ଲିପାଲି ପଞ୍ଚାୟତ ଗୃହର ଶୁଭ ଉଦ୍‌ଘାଟନ, ଗମ୍ଭାରୀ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ, ପଞ୍ଚାୟତ କଲେଜ ସୁଲେକେଲାର ଅତିରିକ୍ତ ଶ୍ରେଣୀ ଗୃହ ଭୂମି ପୂଜନ, ସୁଲେକେଲା କଲ୍ୟାଣ ମଣ୍ଡପର ଭୂମି ପୂଜନ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ୟ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେରଙ୍କ ଦ୍ଵାରା ହୋଇଯାଇଛି । ଗମ୍ଭାରୀ, ଦର୍ଲିପାଲି ଓ ସୁଲେକେଲା ପଞ୍ଚାୟତବାସୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ବିଧାୟକଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଥିରେ ଶତାଧିକ ଗ୍ରାମବାସୀ ଓ ଅଧିକାରୀ, ଦଳୀୟ କର୍ମୀଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.