ଛତ୍ରପୁର ସହରରେ ଧୂମ୍‌ଧାମ୍‌ରେ ଇଦ୍ ପର୍ବ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ମୁସଲମାନ ଭାଇମାନଙ୍କ ପବିତ୍ର ରାମଜାନ ମାସର ଶେଷ ଦିବସ ଅବସରରେ ଖୁବ ଧୁମ୍‌ଧାମ୍‌ରେ ଛତ୍ରପୁରରେ ପବିତ୍ର ଇଦ୍-ପର୍ବ ପାଳିତ ହୋଇଯାଇଛି । ସ୍ଥାନୀୟ ପୁତିଗୋପାଳପୁର ମସ୍‌ଜିଦ୍‌ରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିର୍‌ଉଦ୍ଦିନଙ୍କ ତତ୍ତ୍ଵାବଧାନରେ ନମାଜପାଠ କରିଯାଇଥିଲା । ଏହି ଅବସରରେ ମୁସଲିମ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଶୁଭେଚ୍ଛା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ବିଶ୍ବାସନୁଯାୟୀ ଏହି ପବିତ୍ର ରାମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରିଥାନ୍ତି । ଏହାସହ ଗରିବ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି ଏହା ଦ୍ବାରା ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନ ମାନଙ୍କ ବିଶ୍ୱାସ ରହିଛି । ଏହି ପର୍ବ ମୁସଲମାନ ଭାଇ ମାନଙ୍କ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ଏହି ପର୍ବକୁ ମୁସଲିମମାନେ ବଡ ଜାକଯମକରେ ଉଲ୍ଲାସର ସହ ପାଳିଥାନ୍ତି । ଏହି ଅବସରରେ ଜାକିର ଖାନ, ଆଫତାବ୍ ଖାନ, ଇଜୁ ଅମିନ ଖାନ, ଆଫୋ ଖାନ, ଇସୁବ୍ ଖାନ, ଆଇବ୍ ଖାନ, ସଲମାନ ଖାନ ପ୍ରମୁଖ ସମସ୍ତଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.

3 × two =