ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର କଲେ ଶିଳାନ୍ୟାସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ସବୁଠୁ ଦ୍ରୁତଗାମି ଟ୍ରେନ୍‌ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର ପୁରୀଠାରୁ ହାୱଡା ଅଭିମୁଖେ ବାହାରି ଥିଲା । ଏହି ଟ୍ରେନ୍‌ ଗଡିବାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ୫୦ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନ ସମ୍ମୁଖରେ ରେଳ ବିଭାଗ ପକ୍ଷରୁ ମଧ୍ୟ ଅୟୋଜନ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ସାଂସଦଙ୍କ ପ୍ରତିନିଧି ଆଲୋକ ନାୟକ, ସିନିଅର ଡିଇଏନ୍ ବିଜେନ୍ଦ୍ର ମୀନା ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଏକ୍ସପ୍ରେସର ଶୁଭାରମ୍ଭ ସହ କଟକ-ପୁରୀ ଷ୍ଟେସନର ନବିକରଣ, ସମ୍ବଲପୁର-ଟିଟିଲାଗଡ ରେଳ ଷ୍ଟେସନ ଭିତରେ ରେଳ ଲାଇନ କାମର ଦୋହରିକରଣ, ଅନୁଗୁଳ-ସୁକିନ୍ଦା ନୂତନ ରେଳ ଲାଇନ, ରାଉରକେଲା-ଝାରସୁଗୁଡ଼ା-ମନୋହରପୁର ଭିତରେ ତୃତୀୟ ଲାଇନ ଏବଂ ଓଡ଼ିଶାରେ ଶତ ପ୍ରତିଶତ ଇଲେକ୍ଟ୍ରିଫିକେସନ ସମ୍ପୂର୍ଣ୍ଣ ପାଇଁ ମଧ୍ୟ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସାମିଲ ଥିଲା । ଏହି ଅବସରରେ ଟିଟିଲାଗଡ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ରେଳ ବିଭାଗର ଅଧିକାରୀ, କର୍ମଚାରୀ, ଡିଆରୟୁସିସି ସଦସ୍ୟ ମଦନ ପୃଷ୍ଟି, ଜେଡଆରୟୁସିସି ସଦସ୍ୟ ଈଶ୍ୱର ଜୈନଙ୍କ ସମେତ ସହରର ଯେଉଁ ନାଗରିକମାନେ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣି ପାରିଲେ ସେମାନେ ହିଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four + 9 =