ବନ୍ଦ ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ବଓୂ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ ବିବାହ କରିଥିଲେ ଦୀପା । କିଛି ଦିନ ଉଭୟଙ୍କ ସଂସାର ଠିକ୍‌ଠାକ୍ ଚାଲିଥିଲା । ହେଲେ ରବିବାର ଦିନ ହଠାତ୍‌ ଦୀପାଙ୍କ ଘୁଲନ୍ତା ମୃତଦେହ ବନ୍ଦ ଘରୁ ଠାବ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ତୁରୁମୁଙ୍ଗା ପୋଲିସର ତଦନ୍ତ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.