pakka

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ୩ ନଂ ୱାର୍ଡ ସାକିଲାଡିହି ଗ୍ରାମର ଏକ ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ସାକିଲାଡିହି ଗ୍ରାମର ସୁରେନ୍ଦ୍ର ସିଂଙ୍କ ଝିଅ ସାଲୋନୀ ସିଂ(୨୦) ଚାକିରି ପାଇଁ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ଫଳ ନେଇ ମାନସିକ ସ୍ତରରେ ଚିନ୍ତିତ ଥିଲେ ଏବଂ ଆଜି ଘର ଭିତରେ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ୧୬/୨୨ରେ ଏକ ଅପମୃତ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.

2 × one =