ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଛକ ଲେବଲ କ୍ରସିଂ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ କାହ୍ନା ଗୌଡ଼ । ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ରହୁଥିବା କାହ୍ନା ଗୌଡ଼ ବୁଧବାର ଠାରୁ ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜ ଖବର ମିଳିନଥିଲା । ଗୁରୁବାର ମଧ୍ୟ ରାତ୍ରିରେ ରେଳ ଧାରଣାରେ କାହ୍ନାଙ୍କ ମୃତଦେହ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.

three × 3 =

error: Content is protected !!