csstore

ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ୟ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ।‌ ଉଦ୍ଧାର ହୋଇଥିବା ପର୍ୟ୍ୟଟକ ଜଣକ ଆସାମ ଅଞ୍ଚଳର ଜୟଶଙ୍କର ଚୌଧୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ସମୟରେ ଜୟଶଙ୍କର ସମୁଦ୍ର କୂଳ ଥାନା ଅଧିନସ୍ଥ ଚୈତନ୍ୟ ଛକ ବେଳାଭୂମିରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ।‌ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସଙ୍ଗେ ସଙ୍ଗେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜୟଶଙ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

jayashree
Leave A Reply

Your email address will not be published.