jsm

ବନଖଣ୍ଡ ବିଭାଗ ପକ୍ଷରୁ ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ

csstore

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ସଦରମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଜଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲାରୁ ଉତ୍ପାଦନ ହେଉଥିବା ଫୁଲଝାଡ଼ୁ, ମହୁ, ଝୁଣା, ଖଲିପତ୍ର ଆଦି ବିିଭିନ୍ନ ବନଯାତ ଦ୍ରବ୍ୟକୁ ଏଠାରେ ବିକ୍ରି କରାଯିବ। ଜଙ୍ଗଲରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମାଞ୍ଚଳ ଅଧିବାସୀମାନେ ଏଣିକୁ ଉପଯୁକ୍ତ ମୂଲ୍ୟ ପାଇ ପାରିବେ ବୋଲି ଡ଼ି.ଏଫ୍‍.ଓ ପ୍ରକାଶ କରିଛନ୍ତି । ପୂର୍ବରୁ ଆଦିବାସୀମାନେ ସେମାନଙ୍କର ସଂଗୃହୀତ ଲଘୁବନଜାତ ଦ୍ରବ୍ୟ କମ୍‍ ଦରରେ ବିିଭିନ୍ନ ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଥିଲେ । ତେବେ ବର୍ତ୍ତମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସରକାରୀ ଧାର୍ୟ୍ୟ ମୂଲ୍ୟରେ ଲଘୁବନଜାତ ଦ୍ରବ୍ୟ କ୍ରୟ କରିବେ। ଫଳରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ପାରିବା ସହିିତ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଘଟିବ ବୋଲି ବନ ବିଭାଗର ଡ଼ିଏଫ୍‍.ଓ ଶ୍ରୀ ବେହେରା କହିଛନ୍ତି । ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‍ ଭୌରବ ଚନ୍ଦ୍ର ବେହେରା ଓ ବିକ୍ରମ ଦେବ ପଟ୍ଟନାୟକ, ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀ, ଏଜେୱାଇ ସଂଯୋଜକ ସଞ୍ଜୟ ପଟ୍ଟନାୟକ, ପାହାଡ଼ ଅନୁଷ୍ଠାନର ସଂପାଦକ ପଞ୍ଚାନନ ମିଶ୍ରଙ୍କ ସମେତ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.