om academy

ସରକାରୀ ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ : କୋଭିଡ଼-୧୯ ଆର୍‌ଟିପିସିଆର୍‌ ଟେଷ୍ଟ ବଦଳରେ ଆନ୍‌ଟିଜେନ୍‌ ଟେଷ୍ଟ ହେଲା

jsm

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସରକାରୀ ସଦର ଡାକ୍ତରଖାନାରେ ମନମୁଖୀ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦା ସୁଶାନ୍ତ କୁମାର ଦାଶ ଅଭିଯୋଗରେ କହିଛନ୍ତି ଯେ, ବରଗଡ଼ ସରକାରୀ ସଦର ଡାକ୍ତରଖାନାକୁ ତାଙ୍କ ପୁଅଙ୍କୁ ନେଇ କୋଭିଡ଼-୧୯ ଟେଷ୍ଟ ପାଇଁ ସେ ଯାଇଥିବା ବେଳେ ଡାକ୍ତର ତାଙ୍କ ପୁଅ ସୁମିତର ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ଲେଖିଥିଲେ । ସେହି ସମୟରେ ଡ୍ୟୁଟିରେ ଥିବା ଜଣେ ମହିଳା ନର୍ସ ଓ ଜଣେ ପୁରୁଷ ମେଡ଼ିକାଲ୍‌ କର୍ମଚାରୀ ସୁମିତର ଆର୍‌ଟିପିସିଆର୍‌ ଟେଷ୍ଟ ନ କରି ଆନ୍‌ଟିଜେନ୍‌ ଟେଷ୍ଟ କରିଥିଲେ ଓ ଗୋଟିଏ ଘଂଟା ପରେ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଗଲା କହି ତାଙ୍କ ମୋବାଇଲ୍‌ ନମ୍ବର ନେଇ ୪୮ ଘଂଟା ପରେ ରିପୋର୍ଟ ଆପଣଙ୍କ ପାଖରେ ପହଂଚିବ ବୋଲି କହିଥିଲେ । କିନ୍ତୁ ୫ ଦିନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସି ନଥିଲା । ଏ ସଂପର୍କରେ ସେ ପୌରପରିଷଦର ଜଣେ ଅଧିକାରୀ ତୁଷାର ପଣ୍ଡାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ଜାଣିବାକୁ ପାଇଲି ଯେ, ତାଙ୍କ ପୁଅର ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇନାହିଁ । ତେବେ ସେ ଅଭିଯୋଗ ଆଣିଛନ୍ତି ଯେ, ଡାକ୍ତରଙ୍କ ଲେଖା ଅନୁସାରେ ତାଙ୍କ ପୁଅ ସୁମିତର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବା କଥା । କିନ୍ତୁ ତାହା କରାନଯାଇ ଆନ୍‌ଟିଜେନ୍‌ ଟେଷ୍ଟ କରି ତାଙ୍କୁ ଭୁଆଁ ବୁଲାଇଦେଲେ ମେଡ଼ିକାଲ୍‌ ଷ୍ଟାଫ୍‌ । ସରକାରୀ ସଦର ଡାକ୍ତରଖାନାର ଏଭଳି ମନମୁଖୀ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.