om academy

କୋଭିଡ କଟକଣା ମଧ୍ୟରେ ପବିତ୍ର ରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ଭିତରେ ଶ୍ରୀରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଡେଲାଙ୍ଗ ବ୍ଲକର ବିଭିନ୍ନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘନିପୁର ପଥରପଦା ସାହି ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ପୀଠସ୍ଥଳୀରେ ଶ୍ରୀରାମ ନବମୀ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଗ୍ରାମବସୀଙ୍କ ପକ୍ଷରୁ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ସେହିପରି ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟି ଯଜ୍ଞାଶ୍ରମ ପୀଠରେ ୩୯ତମ ବାର୍ଷିକ ଶ୍ରୀ ଶ୍ରୀରାମ ବିଶ୍ୱଶାନ୍ତି ମହାଯଜ୍ଞର ଆଜି ଭକ୍ତିପୂତ ସହକାରେ ଶୁଭାରମ୍ଭ ତଥା କଳସ ଯାତ୍ରା କାର୍ଯ୍ୟକ୍ରମ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଯଜ୍ଞାପୀଠ ତତ୍ତ୍ୱାବଧାରକ ମହେନ୍ଦ୍ର ଶ୍ରୀଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଘୋରଡ଼ିଆ ଯଜ୍ଞ ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଧର୍ମୀୟ ଅନୁଷ୍ଠାନରେ ୨୫ ଜଣ ବ୍ରତୀ ସଂକଳ୍ପବଦ୍ଧ ହୋଇ ଓଉପଡ଼ା ଗ୍ରାମର ପଦ୍ମପୁଷ୍କରିଣୀରୁ କଳସଭର୍ତ୍ତି ଜଳ ଧାରଣ କରି ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ଯଥାରୀତି କଳସ ସ୍ଥାପନ କରାଯାଇ ଯଜ୍ଞାରମ୍ଭ ହୋଇଥିଲା । ପ୍ରାତଃ ସମୟରୁ ମୁଖ୍ୟ ପୁରୋଧା ମୃତ୍ୟୁଞ୍ଜୟ ମିଶ୍ର ଓ ସାଥୀଙ୍କ ତତ୍ତ୍ୱାବଧାନରେ ସୂର୍ଯ୍ୟ ପୂଜା, ଶିଲା ମଣ୍ଡନ, ସର୍ବ ଦେବାଦେବୀ ଆବାହନ ଓ ଅଗ୍ନିସ୍ଥାପନ କାର୍ଯ୍ୟ ଆଦି ନୀତିକାନ୍ତି ସଂପନ୍ନ ହୋଇଥିଲା । ରାମଭକ୍ତ ଦିଲ୍ଲୀପ କୁମାର ବଳିୟାରସିଂହ ଓ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ଦାୟିତ୍ୱ ନିର୍ବାହ କରିଥିଲେ । ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଯଜ୍ଞମଣ୍ଡପ ଚତୁଃପାଶ୍ୱର୍ ଆଧ୍ୟାତ୍ମିକ ପରିବେଶରେ ଭରି ଯାଇଥିଲା । ଆଗାମୀ ରବିବାର ଅପରାହ୍ନ ୫ଟା ୩୦ରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ ସଂଧ୍ୟାରେ ନାମ ସଂକୀର୍ତ୍ତନ, ପାଲା ଓ ରାମନାଟକ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ମୁଖ୍ୟ ତତ୍ତ୍ୱାବଧାରକ ଶ୍ରୀ ଶ୍ରୀଚନ୍ଦନଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.