pakka

ଇଜି ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ନାଗରିକ ମାନେ ଇଜି ବଲ ଖେଳ ମାଧ୍ୟମରେ ବିଶ୍ୱକପ ହକି ୨୦୨୩କୁ ସ୍ୱାଗତ କରିବା ପାଇଁ ବାସନ୍ତୀ ପାଠାଗାର ଓ ଇଜି ବଲ ସଂଘ ମିଳିତ ଆନୁକୂଲ୍ୟରେ ରାଉରକେଲାର ତିନୋଟି ଅଗ୍ରଣୀ ଅନୁଷ୍ଠାନ ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଂଘ ଏବଂ ଗୋପବନ୍ଧୁ ପାଠାଗାର ମଧ୍ୟରେ ଇଜି ବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଡ଼ିଏଭି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାସନ୍ତୀ ପାଠାଗାର ଚମ୍ପିୟାନ ହୋଇଥିବା ବେଳେ ପ୍ରଗତି ଉତ୍କଳ ସଂଘ ରନର୍ସଆପ ହୋଇଛନ୍ତି । ପ୍ରଗତି ଉତ୍କଳ ସଂଘର ସଞ୍ଜୟ କୁମାର ଦାସ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ନାରାୟଣ ଖଣ୍ଡେଲୱାଲ ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ସୁମନ୍ତ ପତି ଶ୍ରେଷ୍ଠ ଫିଲ୍‌ଡର ଭାବେ ପୁରସ୍କୃତ ହୋଇଥିଲେ । ରାଉରକେଲା ମହାନଗର ନିଗମର କମିଶନର ଡ଼. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ରାଉରକେଲା ଆଥଲେଟିକ ଆସୋସିଏସନର ସଭାପତି ମିହିର ରାୟ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମର ଓ ଏସ୍‌ଡି କାଳୁ ଚୌଧୁରୀ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଫେସର ଜେ କାମେଶ୍ୱର ରାଓ ସଭାପତିତ୍ୱ କରିଥିଲେ । ଏହି ଖେଳର ଉପସ୍ଥାପକ ତଥା ରାଉରକେଲା ଇଜି ବଲ ସଂଘର ଆବାହକ ଏବଂ ସମ୍ପାଦକ ଗଦାଧର ରଥ ଖେଳ ପରିଚାଳନା କରିଥିଲେ । ଉତ୍ତମ ଦେହୁରି, ଦ୍ୱିତୀୟ ଏମ୍ପାୟାର ସୁଭାଶିଷ ବିଶ୍ୱାଳ ଓ ଶୁଭ୍ରାଂଶୁ ଦାସ ସ୍କୋରର ଭାବେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

jay balangir
Leave A Reply

Your email address will not be published.

1 + 9 =

error: Content is protected !!