csstore

ଗାଁର ବନ୍ଧକୁ ନେଇ ତୁତୁ ମେମେ : ସଦର ଥାନା ଘେରିଲେ ମାଧିଆପାଲି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମଠାରେ ବନ୍ଧକୁ ନେଇ ତୁତୁ ମେମେ ହେବାରୁ ଗ୍ରାମର ଶତାଧିକ ମହିଳାମାନେ ସଦର ଥାନା ଘେରିଥିବା ଜଣାପଡିଛି । ସଦରଥାନା ଘେରିଥିବା ଜଣେ ମହିଳାଙ୍କ କହିବାନୁସାରେ, ମାଧିଆପାଲି ଗାଁରେ ଗୋଟିଏ ବନ୍ଧ ଅଛି । ଯାହାକୁ ଗାଁର ଲୋକମାନଙ୍କ ସହ ପାଖାପାଖି ଚାରିରୁ ପାଂଚଟି ଗାଁ ଲୋକ ବ୍ୟବହାର କରୁଛନ୍ତି । ହେଲେ ଗାଁର ମଗଶୀର ସାହୁ ନାମକ ଜଣେ ବ୍ୟକ୍ତି ସେହି ବନ୍ଧକୁ ତାହାର ଲେଟ୍ରିଙ୍ଗ ପାଣି ଛାଡୁଥିବା ବେଳେ ଏହାକୁ ନେଇ ଗ୍ରାମର କେତେଜଣ ମହିଳା ବିରୋଧ କରିବା ସହ ବନ୍ଧକୁ ଲେଟ୍ରିଙ୍ଗ ପାଣି ନ ଛାଡିବା ପାଇଁ ବାରଣ କରିଥିଲେ । ହେଲେ ମଗଶୀରଙ୍କ ପରିବାର ଲୋକେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଉଥିବା ବେଳେ ଆଜି ଗ୍ରାମର ସମସ୍ତ ମହିଳା ଏକ ହେବା ସହ ଉଚିତ୍‌ ନ୍ୟାୟ ପାଇଁ ଥାନା ଘେରିଥିବା ସେମାନେ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.