pr

ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଅଗ୍ରୱାଲ ମହାସଭା ଓ ବରଗଡ଼ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଯାଇଛି । ବରଗଡ଼ ଧର୍ମଶାଳା ଛକରୁ ଏହି ଶୋଭାଯାତ୍ରା ବାହାରି ଥିବା ବେଳେ ଏହା ଗାନ୍ଧୀ ଛକଠାରେ ଶେଷ ହୋଇଥିଲା । ଯାତ୍ରାକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଶୁଭାରମ୍ଭ କରିଥିଲେ । ଏଥିରେ ସହରର ସ୍କୁଲ, କଲେଜ୍ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଲବ, ସମିତିର ସଭ୍ୟ ସଭ୍ୟାମାନେ ସାମିଲ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲ୍ଲା ସଭାପତି ଅଶ୍ୱନୀ ଷଡ଼ଙ୍ଗୀ, ଅନୁରାଧା ଅଗ୍ରୱାଲ, ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ, ବରିଷ୍ଠ ନାଗରିକ ସଂଘର ଅମରେନ୍ଦ୍ର ନାରାୟଣ ଯାଦବ ପ୍ରମୁଖ ବହୁ ବ୍ୟକ୍ତି ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.