pakka

ଚେସ୍‌ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କ କମାଲ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାନସ ଭବନଠାରେ ଚାଲିଥିବା ଚେସ୍‌ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କ କମାଲ ଦେଖାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଚେସ ପ୍ରତିଯୋଗିତାରେ ମୋଟ ୫ଟି ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିଲା । ୫/୫ ପଏଣ୍ଟ ପାଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ସୁରେନ୍ଦ୍ର କୁମାର ବିଶି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଣ୍ଟାବାଞ୍ଜିର ରାଜେଶ କୁମାର ୪ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନ, କେନ୍ଦ୍ରାପଡାର ଦୀପକ ରଞ୍ଜନ ନାୟକ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନ, ଭୁବନେଶ୍ୱରର ସୁରଜ କୁମାର ମହାରଣା, ସନ୍ତୋଷ ମହାନ୍ତି ଏବଂ କଣ୍ଟାବାଞ୍ଜିର ମୋନିସ ବିଶ୍ୱାସ ଚତୁର୍ଥ ସ୍ଥାନରୁ ସପ୍ତମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବାରିୟାମ ସିଂ ସାଲୁଜା, ଚେସ୍‌ ଫାଉଣ୍ଡେସନ ସଭାପତି ସୁକଦେବ ମହାନ୍ତି ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସୁରେନ୍ଦ୍ର ବିଶି ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ତାଙ୍କୁ କପିଲାଭଟା ଗାଁରେ ଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

jay balangir
Leave A Reply

Your email address will not be published.

9 − three =