csstore

ଝାରବନ୍ଧ ବ୍ଲକର ପୁଟକିଟାଣ ଗ୍ରାମରେ ଭବ୍ୟ ତ୍ରିରଙ୍ଗା ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ପୁଟକିଟାଣ ଗ୍ରାମରେ ଆଜି ସାମୁହିକ ଭାବେ ଗ୍ରାମବାସୀମାନେ ସମସ୍ତେ ସାମିଲ ହୋଇ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଦୀର୍ଘ ୪ କି.ମି ଲେମ୍ବୁଢିପା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ପୁଟାକିଟାଣ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମେ ଗ୍ରାମବାସୀ ମାନେ ଏକଜୁଟ ହେବା ପରେ ଡ୍ରମବାଜା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦେଶଭକ୍ତି ସଙ୍ଗୀତ ଗାନର ତାଳେ ତାଳେ ତ୍ରିରଙ୍ଗା ପତାକା ଓ ୧ ଶହ ମିଟର ଲମ୍ବା ପତାକା ଧରି ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ଗ୍ରାମର ପ୍ରମୁଖ ସର୍ବଶ୍ରୀ ଓମ ପ୍ରକାଶ ନାୟକ, ଶ୍ୟାମଲାଲ ନାୟକ, ସଦାନନ୍ଦ ନାୟକ, ଧନଜି ନାୟକ, ହୀରା ସାହୁ, ଧନୁର୍ଯ୍ୟ ସାହୁ ପ୍ରମୁଖ ନେତୃତ୍ୱ ନେଇ ଥିବା ବେଳେ ଏହି ଭବ୍ୟ ତ୍ରିରଙ୍ଗା ଯାତ୍ରାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ତଥା ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ରାଜେନ୍ଦ୍ର ସେଠ, ସଧିଆ ସାହୁ, ଯୁଗଳ ନାୟକ, ଭୀମା ନାୟକ, ଖୁବି ନାୟକ, ହରି ନାୟକ, ଗୁଣ ସାଗର ସେଠ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.