csstore

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ମୁନିଗୁଡା, (ରମାକାନ୍ତ ପଢ଼ାଲ) : ସ୍ଵାଧୀନତା ଦିବସ ପାଳନକୁ ଲକ୍ଷ୍ୟ କରି ଲୋକମାନଙ୍କ ମନରେ ଦେଶପ୍ରେମ ଭକ୍ତି ଭରି ରହିବା ଉଦ୍ଦେଶ୍ୟ ନେଇ ବିଜେପି ସରକାରଙ୍କ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଅମ୍ୱାଦଳା ଠାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅମ୍ୱାଦଳା ମଣ୍ଡଳର ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅମ୍ବାଦଳା ଲକ୍ଷ୍ମୀ ପଡିଆ ନିକଟରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଅମ୍ବାଦଳା ସହର ପରିକ୍ରମା କରିଥିଲା । ମଣ୍ଡଳ ସଭାପତି ଗୌର ମହାନ୍ତିଙ୍କ ସମେତ ଯୁବ ବିଜେପି ନେତା ଭିକାରି ନାହାକ, ରମେଶ ସାମନ୍ତ, ରବି ବିଶ୍ଵାଳ, ଡମ୍ବୁର ହଂସ, ହରେକୃଷ୍ଣ ବେହେରା, ପରମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.