csstore

୨୦୨୪ ପାଇଁ ବିଦ୍ୟାର୍ଥୀ ପରିଷଦ

ରାଉରକେଲା, (ସସ୍ମିତା ପ୍ରଧାନ) : ଏମ୍‌ଜିଏମ୍ ଇଂରାଜୀ ସ୍କୁଲ, ରାଉରକେଲାରେ ଅଦ୍ୟ ନିର୍ବାଚିତ ବିଦ୍ୟାର୍ଥୀ ପରିଷଦ ସଭ୍ୟମାନଙ୍କୁ ଆନୁଷ୍ଠାନିକ ଭାବେ ୨୦୨୪ ଶିକ୍ଷା ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ସ୍କୁଲର ପ୍ରଧାନ ରେବରେଣ୍ଡ ଫାଦର ଜର୍ଜ ସି ଭର୍ଜୀସ ମାଷ୍ଟର ଶୁଭ୍ରାଂଶୁ ଦାସଙ୍କୁ ହେଡ୍ ବାଳକ, ମିସ୍ ମନୀଷା ମରାଣ୍ଡିଙ୍କୁ ହେଡ୍ ଝିଅ, ସେହି କ୍ରମରେ ଡେପୁଟି ହେଡ ବଏ ମାଷ୍ଟର ପ୍ରଶାନ୍ତ ସିଂହ ଏବଂ ଡେପୁଟି ହେଡ୍ ଗାର୍ଲ୍ ମିସ୍ ବାଣୀ ରାଠୋର, ଏହି କାର୍ଯ୍ୟକ୍ରମ ଅନେକ ଉତ୍ସାହପୂର୍ଣ୍ଣ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ଦକ୍ଷତା ପ୍ରଦର୍ଶନର ମାର୍ଗଦର୍ଶନ ହେବ ବୋଲି ସୁଲର ଅଧ୍ୟକ୍ଷ ରେବରେଣ୍ଡ ଫାଦର ଜର୍ଜ ସି ଭର୍ଜୀସ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.