pakka

ଟ୍ରେନ ଲାଇନ୍‌ ଉପରେ ଶୌଚ କରୁଥିବା ବେଳେ ଟ୍ରେନରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନ ଲାଇନ୍‌ ଉପରେ ଶୌଚ କରୁଥିବା ବେଳେ ଟ୍ରେନରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟିଛି ଡୁଙ୍ଗୁରିପାଲି ଠାରେ । ତେବେ ଟ୍ରେନରେ ପିଟି ହୋଇ ଚାଲିଯାଇଥିବା ଯୁବକ ଜଣକ ହେଲେ ଡୁଡୁକା ଗ୍ରାମର ବଳବନ୍ତ ନାୟକ । ସୂଚନା ଅନୁସାରେ ଗତକାଲି ଡୁଙ୍ଗୁରିପାଲି ସ୍ଥିତ ଟ୍ରେନ ଲାଇନ ଉପରେ ବଳବନ୍ତ କାନରେ ଇଅର୍‌ଫୋନ୍‌ ଲଗାଇ ଶୌଚ କରୁଥିବା ସମୟରେ ଟ୍ରେନ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବଳବନ୍ତଙ୍କ ଜୀବନ ଚାଲିଯାଇଥିଲା । ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ବଳବନ୍ତଙ୍କ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

12 + 15 =